Dr. Sujata Kar on pregnancy during coronavirus


 

Dr. Sujata Kar on pregnancy during coronavirus


More Information in Odia :-

‘‘କରୋନା ଭାଇରସ୍‌ (କୋଭିଡ୍‌-୧୯) ବିଭିନ୍ନ ବୟସର ଲୋକଙ୍କୁ ସଂକ୍ରମଣ କରିପାରେ। ଏହି ଭାଇରସ ସାଧାରଣ ବ୍ୟକ୍ତିଙ୍କୁ ଯେଉଁଭଳି ଭାବେ ପ୍ରଭାବ ପକାଇଥାଏ, ଗର୍ଭବତୀ ମହିଳାଙ୍କୁ ମଧ୍ୟ ସମାନ ପ୍ରଭାବ ପକାଇଥାଏ। ତେବେ କରୋନାର ସଂକ୍ରମଣ ଖୁବ୍‌ଶୀଘ୍ର ଓ ବହୁ ବ୍ୟାପକ ଭାବେ ହେଉଥିବାରୁ ଗର୍ଭବତୀ ମହିଳାମାନେ ସଚେତନ ରହିବା ଜରୁରୀ’’, ସ୍ୱାସ୍ଥ୍ୟ ପ୍ଲସକୁ କହିଛନ୍ତି କର କ୍ଲିନିକ୍‌ର ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କର। ଗର୍ଭବତୀ ମହିଳାଙ୍କ ପାଇଁ ଗାଇଡ୍‌ଲାଇନ୍‌: ଡାକ୍ତର ସୁଜାତାଙ୍କ କହିବା ଅନୁସାରେ, ଗର୍ଭବତୀ ମହିଳାମାନେ କରୋନାରୁ ସୁରକ୍ଷିତ ରହିବା ପାଇଁ ଗାଇଡ୍‌ଲାଇନ୍‌ ପାଳନ କରିବା ଜରୁରୀ। ଗର୍ଭବତୀ ମହିଳାମାନେ ଘରେ ରହନ୍ତୁ। ବାରମ୍ବାର ହାତକୁ ସାବୁନ ବା ହ୍ୟାଣ୍ଡଓ୍ୱାସ୍‌ରେ ଧୁଅନ୍ତୁ। ସ୍ୱଚ୍ଛତା ବଜାୟ ରଖନ୍ତୁ। କାଶିବା ଓ ଛିଙ୍କିବା ବେଳେ ଟିସୁ ବ୍ୟବହାର କରନ୍ତୁ ଓ ତୁରନ୍ତୁ ଟିସୁକୁ ଡଷ୍ଟବିନ୍ରେ ଫୋପାଡ଼ନ୍ତୁ। ମୁହଁ, ହାତ, ନାକ ଓ ପାଟିକୁ ବାରମ୍ବାର ହାତ ମାରନ୍ତୁ ନାହିଁ। ଉଭୟ ଘର ଓ ବାହାର ଲୋକଙ୍କଠାରୁ ସାମାଜିତ ଦୂରତା ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ସୁଜାତା। ଶିଶୁମାନଙ୍କ ପାଇଁ ବିଶେଷ ଯତ୍ନ: ଡାକ୍ତର କର କହିଛନ୍ତି, ‘‘ନବଜାତ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌। ଶିଶୁମାନଙ୍କର ବିଶେଷ ଯତ୍ନ ନେବା ଜରୁରୀ। ଶିଶୁମାନଙ୍କୁ ଧରିବା ପୂର୍ବରୁ ହାତ ୨୦ ସେକେଣ୍ଡ ପାଇଁ ଧୁଅନ୍ତୁ ଓ ସ୍ତନ୍ୟପାନ ସଂସ୍ପର୍ଶରେ ଆସୁଥିବା ସମସ୍ତ ଅଂଶକୁ ସଫା କରି ପିଲାମାନଙ୍କୁ ସ୍ତନ୍ୟପାନ କରାନ୍ତୁ। ଶିଶୁ ପାଇଁ ବ୍ୟବହୃତ କପଡ଼ା, ପୋଷାକକୁ ପରିସ୍କାର ରଖିବା ସହ ଶିଶୁ ରହୁଥିବା ଘରକୁ ସଫା ରଖନ୍ତୁ। ପିଲାଙ୍କୁ ଯେତେସମ୍ଭବ ଘରେ ରଖନ୍ତୁ।’’ ‘‘କରୋନା ସଂକ୍ରମିତ ମହିଳାଙ୍କଠାରୁ ଛୁଆକୁ ସିଧାସଳଖ କରୋନା ବ୍ୟାପିବାର ଏଯାଏଁ କୌଣସି ପ୍ରମାଣ ନାହିଁ। ଯଦି ମା’ କରୋନା ଆକ୍ରାନ୍ତ, ତେବେ ନବଜାତ ଶିଶୁକୁ COVID-19 ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ଶିଶୁଟିକୁ ମା’ଠାରୁ ଅସ୍ଥାୟୀ ଭାବରେ ଅଲଗା କରାଯାଇପାରେ। ଏହାଛଡ଼ା କରୋନା ଆକ୍ରାନ୍ତ ମା’ମାନେ ସେମାନଙ୍କ ଶିଶୁକୁ ସ୍ତନ୍ୟପାନ କରାଇପାରିବେ, କିନ୍ତୁ ମା’ର କ୍ଷୀରକୁ ବୋତଲରେ ନେଇ ପିଲାକୁ ଦିଆଯାଇପାରିବ। ଯଦି ମା’ ସୁସ୍ଥ ତେବେ ମା’ଠାରୁ ଛୁଆକୁ ଅଲଗା ରଖିବାର କୌଣସି ଆବଶ୍ୟକତା ନାହିଁ’’, କହିଛନ୍ତି ଡାକ୍ତର କର। ନବଜାତ ଶିଶୁଙ୍କ ଟିକାକରଣ: ଡାକ୍ତର ସୁଜାତା କରଙ୍କ କହିବା କଥା ଯେ, କରୋନା ଭୂତାଣୁ ଯୋଗୁଁ ଆମେ ଅନ୍ୟ ରୋଗକୁ ଭୁଲିବା ନାହିଁ। ନବଜାତ ଶିଶୁକୁ ନିର୍ଦ୍ଦିଷ୍ଟ ସମୟରେ ସମସ୍ତ ଟିକା ଦେବା ଦରକାର। କିନ୍ତୁ ଯେଉଁଠି ଟିକା ଦେବେ, ସେଠାକୁ ଯିବା ବେଳେ ମାସ୍କ ପିନ୍ଧିବା ସହ ସାମାଜିଜ ଦୂରତା ଅବଲମ୍ବନ କରି ଯିବା ଆବଶ୍ୟକ।


Dr Sujata Kar is one of the Best Gynecologists in Bhubaneswar. She is specialized in - Advanced 3D & 4D Sonography, Ultra Sonography, Reproduction Endoscopy, Inter-Ventional, Reproductive Medicine, IVF and ICSI and Gynecology Endoscopy.

For More Information about Dr Sujata Kar - Click here

Contact Us : 
Kar Clinic & Hospital (P) Ltd, A-32, Unit-4, Kharvel Nagar, Bhubaneswar-751001,Odisha
Website: http://drsujatakar.com/
Kar Hospital - https://www.karhospitals.com/
Mail id: womenwingbbsr@gmail.com

Phone
+91-9438488111,
+91-9439400122

#BestGynecologistInBhubaneswar #BestGynecologistInOdisha #BestGynecologistInBBSR #IVFCenterInBhubaneswar #IVFCenterInBBSR #IVFCenterInOdisha #FertilityTestInOdisha #FertilityTestInBhubaneswar #FertilityTestInBBSR #GynecologicalEndoscopyInOdisha #GynecologicalEndoscopyInBBSR #GynecologicalEndoscopyInBhubaneswar #DrSujataKar

Comments

Popular posts from this blog

Medical Infrastructure & Technology of Dr Sujata Kar

Minimally Invasive Surgery of Laparoscopy & Hysteroscopy | Dr Sujata Kar

Stem Cell Treatments | Dr Sujata Kar